ତୁଷାରକ୍ଷତ
ବରଫିକୃତ ବା ନିମ୍ନ ଉତ୍ତାପ ସଂସ୍ପର୍ଶରେ ଆସିଲେ ଚର୍ମ ଓ ଅନ୍ୟାନ୍ୟ ତନ୍ତୁ ନଷ୍ଟ ହୁଏ । / From Wikipedia, the free encyclopedia
ତୁଷାରକ୍ଷତ (ଇଂରାଜୀ ଭାଷାରେ Frostbite) ସୃଷ୍ଟି ହୁଏ ଯେତେବେଳେ ଚର୍ମ ଓ ଅନ୍ୟାନ୍ୟ ତନ୍ତୁ ଅତ୍ୟଧିକ କମ ଉତ୍ତାପ (freezing) ସଂସ୍ପର୍ଶରେ ଆସେ ।[1] ପ୍ରଭାବିତ ସ୍ଥାନ ପ୍ରଥମେ କାଲୁଆ ଲାଗେ । [1] ତା'ପରେ ସେହି ସ୍ଥାନର ଚର୍ମ ନୀଳ ବା ଧଳା ରଙ୍ଗରେ ପରିବତ୍ତିତ ହୋଇଯାଏ ।[1] ଚିକିତ୍ସା ସତ୍ତ୍ୱେ ଫୁଲା ଓ ଫୋଟକା ହୋଇପାରେ ।[1] ସାଧାରଣତଃ ହାତ, ପାଦ ଓ ମୁହଁ ପ୍ରଭାବିତ ହୁଏ ।[3] ରୋଗ ଜଟିଳ ହେଲେ ହାଇପୋଥର୍ମିଆ (Hypothermia) ବା କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ ।[4][1]
- ଏହି ଲେଖାଟି a medical condition ବାବଦରେ । ବାକିସବୁ ପାଇଁ, ତୁଷାରକ୍ଷତ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ତୁଷାରକ୍ଷତ (Frostbite) | |
---|---|
ବିଭାଗ | ଆଶୁ ଚିକିତ୍ସା (Emergency medicine), ଅସ୍ଥିଶଲ୍ୟ ବିଜ୍ଞାନ (orthopedics) |
ଲକ୍ଷଣ | କାଲୁଆ, ଥଣ୍ଡା ଅନୁଭବ,ଶେତା ରଙ୍ଗ ଓ ଅବାଗିଆ ଚାଲିଚଳନ (clumsy) [1] |
କାରଣ | ଶୂନ୍ୟ ଡିଗ୍ରୀ ଉତ୍ତାପ ତଳେ [1] |
ବିପଦ କାରକ | ଆଲକୋହୋଲ (Alcohol), ଧୂମ୍ରପାନ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems), କେତେକ ଔଷଧ, ପୂର୍ବତନ ଥଣ୍ଡା ଆଘାତ [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [2] |
ସଠିକ ରୋଗ ନିର୍ଣ୍ଣୟ | ଫ୍ରଷ୍ଟନିପ (Frostnip), ପର୍ନିଓ (pernio), ଟ୍ରେଞ୍ଚ ଫୁଟ (trench foot)[3] |
ପ୍ରତିକାର | ଥଣ୍ଡାରୁ ଦୂରେଇ ରହିବା, ଉପଯୁକ୍ତ ପୋଷାକ ପିନ୍ଧିବା, ପୋଷକ ଓ ଜଳର ସାମଞ୍ଜସ୍ୟ ରଖିବା, ଥକ୍କା ନହୋଇ ସକ୍ରିୟ ରହିବା [4] |
ଔଷଧ | ଆଇବୁପ୍ରୋଫେନ୍, ଟିଟାନସ ଟିକା (tetanus vaccine), ଇଲୋପ୍ରୋସ୍ଟ (iloprost), ଥ୍ରୋମ୍ବୋଲାଇଟିକ (thrombolytic)[1] |
ଚିକିତ୍ସା | ଉଷୁମ କରିବା, ଔଷଧ ଓ ଅପରେଶନ [4] |
ପୁନଃପୌନିକ | ଅଜ୍ଞାତ[5] |
ନିମ୍ନ ଉତ୍ତାପ ସଂସ୍ପର୍ଶରେ ଆସୁଥିବା ଶୀତ ଖେଳର ଖେଳାଳୀ, ମିଲିଟାରୀ ବ୍ୟକ୍ତି ଓ ଗୃହହୀନ ଲୋକଙ୍କର ଏହି ସଙ୍କଟ ଅଧିକ ଥାଏ ।[6][1] ଆଲକୋହୋଲ (Alcohol), ଧୂମ୍ରପାନ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems), କେତେକ ଔଷଧ, ପୂର୍ବତନ ଥଣ୍ଡା ଆଘାତ ଥିଲେ ମଧ୍ୟ ଏହି ସଙ୍କଟ ରହିବ । [1] ସରୁ ରକ୍ତନଳୀ (blood vessel) ଭିତରେ ଜମାଟ ରକ୍ତ (blood clot) ଓ ବରଫ କ୍ରିଷ୍ଟାଲ ତରଳିବା ସମୟରେ ଆଘାତ ହୋଇ ଏହି ରୋଗ ହୁଏ ।[1] ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ । [2] ପୃଷ୍ଠ ଦେଶ (୧ମ ଓ ୨ୟ) ବା ଗଭୀର (୩ୟ ଓ ୪ର୍ଥ), ଏହି ଦୁଇ ଭାଗରେ ରୋଗକୁ ବିଭକ୍ତ କରାଯାଏ । [4] ବୋନ ସ୍କାନ (en:bone scan) ବା ଏମଆରଆଇ (MRI) ଆବଶ୍ୟକ ହୋଇପାରେ । [1]
ପ୍ରତିଷେଧ ନିମନ୍ତେ ଥଣ୍ଡାରୁ ଦୂରେଇ ରହିବା, ଉପଯୁକ୍ତ ପୋଷାକ ପିନ୍ଧିବା, ପୋଷକ ଓ ଜଳର ସାମଞ୍ଜସ୍ୟ ରଖିବା (hydration), ଥକ୍କା ନହୋଇ ସକ୍ରିୟ ରହିବା ଆବଶ୍ୟକ ।[4] ପୁନଃ ଉଷୁମ ରଖି ଚିକିତ୍ସା କରାଯାଏ । [4] ଆଉ ଥରେ ବରଫ ହେବା ସମ୍ଭାବନା ନଥିଲେ ଏହି ଉପାୟ ଅବଲମ୍ବନ କରାଯାଏ । [1] ପ୍ରଭାବିତ ଅଂଶକୁ ଘଷିବା ଓ ବରଫ ଲଗେଇବାକୁ ମନା କରାଯାଏ ।[4] ଆଇବୁପ୍ରୋଫେନ୍ ଓ ଟିଟାନସ ଟିକା (tetanus vaccine) ଦେବାକୁ ଉପଦେଶ ଦିଆଯାଏ ।[1] ସାଂଘାତିକ ଅବସ୍ଥା ହୋଇଥିଲେ ଇଲୋପ୍ରୋସ୍ଟ (iloprost) ବା ଥ୍ରୋମ୍ବୋଲାଇଟିକ (thrombolytic) ବ୍ୟବହାର କରାଯାଏ । [1] ସାଂଘାତିକ ଅବସ୍ଥା ଥିଲେ ଅପରେଶନ ଆବଶ୍ୟକ ହୋଇପାରେ ।[1] ଆମ୍ପୁଟେସନ କରିବା ପୂର୍ବରୁ କିଛି ମାସ ଧରି ଆଘାତର ସୀମା ନିର୍ଦ୍ଧାରଣ କରିବା ଆବଶ୍ୟକ । [4]
ତୁଷାରକ୍ଷତ ରୋଗୀ ସଂଖ୍ୟା ଅଜ୍ଞାତ ଅଛି ।[5] ପର୍ବତ ଚଢ଼ାଳୀଙ୍କର ଏହି ରୋଗ ହାର ୪୦% ହୋଇପାରେ ।[1] ପ୍ରାୟ ୩୦ରୁ ୫୦ ବର୍ଷ ବୟଷରେ ଅଧିକ ଦେଖାଯାଏ ।[3] ପାଞ୍ଚ ହଜାର ବର୍ଷ ପୂର୍ବରୁ ଏହି ରୋଗ ଥିବାର ପ୍ରମାଣ ମିଳୁଛି ।[1] ନେପୋଲିଅନଙ୍କ ସେନାର ଚିକିତ୍ସକ ଡିମିନିକ ଜିନ ଲାରି (Dominique Jean Larrey) ସନ ୧୮୧୪ରେ ଏହି ବିଷୟର ପ୍ରଥମ ବର୍ଣ୍ଣନା କରିଥିଲେ ।[1]