ଅଗଷ୍ଟସ
From Wikipedia, the free encyclopedia
ରୋମୀୟ ସମ୍ରାଟ ଅଗଷ୍ଟସ ଖ୍ରୀଷ୍ଟପୂର୍ବ ୬୩ରେ କେନ୍ଦ୍ରୀୟ ଇଟାଲୀ ଅନ୍ତର୍ଗତ ଲାଟିଅମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ଗାୟସ ଅକ୍ଟାଭିଅସ ଥ୍ରୁନିଅସ । ତାଙ୍କ ପିତା ଗାୟସ ଅକ୍ଟାଭିଅସ ଜୁଲିଅସ ସିଜରଙ୍କ ସମ୍ପର୍କୀୟ ଥିଲେ । ମାସିଡୋନିଆ ଏବଂ ଆତିଆର ସେ ଥିଲେ ଶାସକ । ଥ୍ରୁନିଅସ ମାତ୍ର ୪ବର୍ଷ ବୟସରେ ନିଜର ପିତାଙ୍କୁ ହରାଇବା ପରେ ଜୁଲିଅସ ସିଜର ତାଙ୍କୁ ପୋଷ୍ୟ କରିବା ସହ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ । ସିଜରଙ୍କ ମୃତ୍ୟୁ ପରେ ସେ ରୋମର ସମ୍ରାଟ ହୋଇଥିଲେ ଏବଂ ସିନେଟର ଅନୁମୋଦନ କ୍ରମେ ଅଗଷ୍ଟସ ନାମ ଗ୍ରହଣ କରିବା ସହ ସେହି ନାମରେ ସର୍ବତ୍ର ପରିଚିତ ହୋଇଥିଲେ । ଅଗଷ୍ଟସ ଜଣେ ସୁଶାସକ ଓ ପ୍ରବୀଣ ଯୋଦ୍ଧା ଥିଲେ । କେବଳ ଭୋକ ହେଲେ ଖାଉଥିବା ଅଗଷ୍ଟସଙ୍କ ଖାଦ୍ୟ ଅତି ସାଧାରଣ ମୋଟା ରୁଟି, ଛେନା ଓ ସବୁଜ ଫିଗ କୋଳି ଥିଲା । ସେ ମାଛ ଧରିବାକୁ ଭଲ ପାଉଥିଲେ । ସେ କାଳରେ ପ୍ରଚଳିତ ଗ୍ଳାଡ଼ିଏଟର ଲଢ଼େଇ ଓ ଅନ୍ୟ ପାଶବିକ ମନୋରଞ୍ଜନ ତାଙ୍କର ପସନ୍ଦ ନ ଥିଲା । ସେ ସିଜରଙ୍କ ପ୍ରମୁଖ ହତ୍ୟାକାରୀ ବ୍ରୁଟସଙ୍କ କଟା-ମୁଣ୍ଡକୁ ରୋମ ପଠାଇଥିବା ଇତିହାସରୁ ଜଣାପଡ଼େ । ପୁଣି ତାଙ୍କ ନିର୍ଦ୍ଦେଶରେ ସିଜର ଓ କ୍ଳିଓପାଟ୍ରାଙ୍କ ନାବାଳକ ପୁତ୍ର ସିଜରିଆନ ଓ ୩୦୦ ସଂଭ୍ରାନ୍ତଙ୍କୁ ହତ୍ୟା କରାଯାଇଥିଲା । ଏଥିରୁ ସେ ନୃଶଂସ ଥିବା ପ୍ରତିୟମାନ ହୁଏ । ସେ ଅତିମାତ୍ରାରେ ଅନ୍ଧବିଶ୍ୱାସୀ ଥିଲେ ହେଁ ଏକଦା ଭବିଷ୍ୟତବାଣୀ ସମ୍ପର୍କିତ ୨୦୦୦ ପୁସ୍ତକ ପୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳିକୁ ଡରୁଥିବା ଅଗଷ୍ଟସ ଭୟ ଦୂରକରିବା ପାଇଁ ହାତରେ ସିଲ ଚମଡ଼ାର ତାବିଜଟିଏ ବାନ୍ଧିଥିଲେ । ଜଣେ ପଠନପ୍ରିୟ ସୁଲେଖକ ଥିବା ଅଗଷ୍ଟସ ଆତ୍ମଜୀବନୀ ଓ କିଛି କବିତା ରଚନା କରିଥିଲେ । ଭର୍ଜିଲ ଏବଂ ହୋରେସ ତାଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିବା ବିଶ୍ୱାସ କରାଯାଏ । ଭର୍ଜିଲଙ୍କ ମହାକାବ୍ୟ ଏନିଡର ବିଷୟବସ୍ତୁ ଅଗଷ୍ଟସଙ୍କର ପରିକଳ୍ପନା ଥିଲା । ଭର୍ଜିଲ ନିଜ ଜୀବନକାଳରେ ଏନିଡର ରଚନା ସମାପ୍ତ କରିପାରିନଥିବାରୁ, ତାହାକୁ ପୋଡ଼ିଦେବା ପାଇଁ ଅଗଷ୍ଟସଙ୍କୁ ଅନୁରୋଧ କରିଥିଲେ । ଅଗଷ୍ଟସ ଭର୍ଜିଲଙ୍କ କଥା ନ ରଖି, ଏନିଡ଼କୁ ଅନ୍ୟମାନଙ୍କଦ୍ୱାରା ଶେଷ କରାଇ ଛାପିଥିଲେ ।
ଅଗଷ୍ଟସ | |
---|---|
ପ୍ରିନ୍ସେପ୍ସ ସିଭିଟାଟିସ | |
ପ୍ରାଇମା ପୋର୍ଟାର ଅଗଷ୍ଟସ, ପ୍ରଥମ ଶତାବ୍ଦୀ | |
ଶାସନକାଳ | ଖ୍ରୀଷ୍ଟପୂର୍ବ ଜାନୁଆରୀ ୧୬ – ଖ୍ରୀଷ୍ଟାବ୍ଦ ୧୪ ଅଗଷ୍ଟ ୧୯ |
ଉତ୍ତରାଧିକାରୀ | ଟିବେରିଅସ |
ଜୀବନସାଥୀ |
|
ସନ୍ତାନସନ୍ତତିଗଣ | |
| |
ବାପା |
|
ମାଆ | ଆଟିଆ ବାଲ୍ବା କାଏଜୋନିଆ |
ଜନ୍ମ | ଖ୍ରୀଷ୍ଟପୂର୍ବ ୬୩ ସେପ୍ଟେମ୍ବର ୨୩ ରୋମ, ଇଟାଲୀ, ରୋମୀୟ ସାଧାରଣତନ୍ତ୍ର |
ମୃତ୍ୟ | ଖ୍ରୀଷ୍ଟାବ୍ଦ ୧୪ ଅଗଷ୍ଟ ୧୯ (ବୟସ ୭୫ ବର୍ଷ) ନୋଲା, ଇଟାଲୀ, ରୋମୀୟ ସାଧାରଣତନ୍ତ୍ର |
ସମାଧି | ଅଗଷ୍ଟସଙ୍କ ମୌସୁଲିଅମ, ରୋମ |