ଆଇଚି ରାଜ୍ୟ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଆଇଚି ରାଜ୍ୟ
愛知県 | |
---|---|
ରାଜ୍ୟ | |
ଜାପାନୀ transcription(s) | |
• ଜାପାନୀ | 愛知県 |
• ରୋମାଜୀ | ଆଇଚିକେନ୍ |
Coordinates: 35°10′43″N 136°54′50″E | |
ଦେଶ | Japan |
ଅଞ୍ଚଳ | ଚୁବୁ (ତୋକାଇ) |
ଦ୍ୱୀପ | ହୋଁଶୁ |
ରାଜଧାନୀ | ନାଗୋୟା |
ବିଭାଜନ | List
|
Government | |
• ରାଜ୍ଯପାଳ | ହିଦିଆକି ଓମୁରା (ଫେବୃଆରୀ ୨୦୧୧ରୁ) |
Area | |
• ସମୁଦାୟ | 5,172.92 km2 (1,997.28 sq mi) |
• Rank | ୨୭ତମ |
Population (୧ ଅକ୍ଟୋବର ୨୦୧୯) | |
• Total | ୭୫,୫୨,୮୭୩ |
• Rank | ଚତୁର୍ଥ |
• Density | 1,500/km2 (3,800/sq mi) |
ISO 3166 code | JP-23 |
Website | www |
Symbols | |
ପକ୍ଷୀ | ପ୍ରାଚ୍ୟ ସ୍କୋପ୍ସ ପେଚା (ଓଟୁସ ସୁନିଆ ଜାପୋନିକସ) |
ମତ୍ସ୍ଯ | କୁରୁମା ଚିଙ୍ଗୁଡି (ପେନାଏସ ଜାପୋନିକସ) |
ପୁଷ୍ପ | କାକିତ୍ସୁବାତା (ଆଇରିସ ଲେଭିଗାତା) |
ବୃକ୍ଷ | ହାନାନୋକି(ଆସର ପାଇକ୍ନାନ୍ଥମ) |
ଆଇଚି କେନ୍ (愛知県) ବା ଆଇଚି ରାଜ୍ଯ ଜାପାନର ହୋଁଶୁ ଦ୍ୱୀପର ଚୁବୁ ଅଞ୍ଚଳରେ ଥିବା ଏକ ରାଜ୍ଯ ।[1] ଆଇଚି ରାଜ୍ଯର ଜନସଂଖ୍ୟା ୭୫,୫୨,୮୭୩ (୧ ଅକ୍ଟୋବର ୨୦୧୯ ସୁଦ୍ଧା) ଏବଂ ଏହାର କ୍ଷେତ୍ରଫଳ ୫୧୭୨.୯୨ ବର୍ଗ କି.ମି. ।ଏହାର ଜନସଂଖ୍ୟାର ଘନତ୍ୱ ୧୪୬୦/ବର୍ଗ କି.ମି. । ଏହାର ପଶ୍ଚିମରେ ମିଏ ରାଜ୍ଯ, ଉତ୍ତରରେ ଗିଫୁ ତଥା ନାଗାନୋ ରାଜ୍ଯ ଏବଂ ପୂର୍ବରେ ଶିଜୁଓକା ରାଜ୍ଯ ଅବସ୍ଥିତ ।
ନାଗୋୟା, ଆଇଚି ରାଜ୍ଯର ରାଜଧାନୀ ଓ ବୃହତ୍ତମ ନଗର ଅଟେ । ତା ଛଡା ଏହା ଜାପାନର ଚତୁର୍ଥ ବୃହତ୍ତମ ନଗର ଅଟେ । ଆଇଚି ରାଜ୍ଯରେ ଜାପାନର ଅନେକ ବଡ଼଼ବଡ଼଼ ସହର ରହିଛି: ଯଥା - ଟୋୟୋଟା, ଓକାଜାକି, ଇଚିନୋମିଆ ଆଦି । ଆଇଚି ରାଜ୍ଯର ନାଗୋୟା, ଚୁକ୍ଯୋ ମହାନଗରର ମୁଖ୍ଯାଞ୍ଚଳ ଏବଂ ଜାପାନର ତୃତୀୟ ବୃହତ୍ତମ ମହାନଗର ।[1] ଜାପାନର ପ୍ରଶାନ୍ତ ଉପକୂଳରେ ଅବସ୍ଥିତ ଏବଂ ଏହା ତୋକାଇ ଉପାଞ୍ଚଳର ଭାଗ ଅଟେ । ଆଇଚିର ଟୋୟୋଟା ସହରରେ ବିଶ୍ୱର ସର୍ବବୃହତ ସ୍ୱୟଂଚାଳିତ ବାହନ ନିର୍ମାତା ଟୋୟୋଟା ମଟର କମ୍ପାନୀର ମୁଖ୍ଯାଳୟ ଅବସ୍ଥିତ । ଆଇଚିରେ ହିଗାଶୀଆମା ପ୍ରାଣୀ ଓ ଉଦ୍ଭିଦ ଉଦ୍ଯାନ, ଚୁବୁ ସେଣ୍ଟ୍ରାଇର ଆନ୍ତର୍ଜାତୀୟ ବିମାନବନ୍ଦର ତଥା କେଗୋଲାଣ୍ଡ ଜାପାନ ରିଜୋର୍ଟ ଆଦି ଅବସ୍ଥିତ ।