ଆନିମୋମିଟର
ପବନ ବେଗମାପକ ଯନ୍ତ୍ର / From Wikipedia, the free encyclopedia
ପୃଥିବୀର ସବୁ ସ୍ଥାନରେ ସବୁ ସମୟରେ ବାୟୁଚାପ ସମାନ ନଥାଏ । କେତେକ ସ୍ଥାନରେ ବାୟୁଚାପ ଅଧିକ ହୋଇଥାଏ ତ ଆଉ କେତେକ ସ୍ଥାନରେ ବାୟୁଚାପ କମ୍ ଥାଏ । ଦୁଇଗୋଟି ପାଖାପାଖି ରହିଥିବା ସ୍ଥାନରେ ବାୟୁଚାପ ଅଲଗା ହୋଇଥିଲେ ବାୟୁ ବହିବା ଆରମ୍ଭ ହୁଏ । ବାୟୁ ସବୁବେଳେ ଅଧିକ ଚାପ ଅଳରୁ କମ୍ ଚାପ ଅଳକୁ ବହେ । ବାୟୁ ବହିବା ଆରମ୍ଭ ହେଲେ ତାହାକୁ ବାୟୁ ପ୍ରବାହ ବା ପବନ କୁହାଯାଏ । ଦୁଇଗୋଟି ସ୍ଥାନ ମଧ୍ୟରେ ବାୟୁ ଚାପର ତଫାତ୍ ଅଧିକ ହୋଇଥିଲେ ଜୋର୍ରେ ପବନ ବହେ । ତେଣୁ ପାଣିପାଗ କେନ୍ଦ୍ରଗୁଡ଼ିକରେ ପବନର ବେଗ ମାପ କରି ଜଣାଇବା ପାଇଁ ଏକ ପ୍ରକାର ଯନ୍ତ୍ର ବ୍ୟବହାର କରାଯାଏ । ଏହାକୁ ପବନ ବେଗମାପକ ଯନ୍ତ୍ର ବା ଆନିମୋମିଟର କୁହାଯାଏ । ପ୍ରତି ଘଣ୍ଟାରେ ବା ମିନିଟ୍ରେ ପବନ କେତେ କିଲୋମିଟର ବେଗରେ ବହୁଥାଏ ତାହା ଏହି ଯନ୍ତ୍ର ଜଣାଇଥାଏ ।
ଆନିମୋମିଟର ଶବ୍ଦଟି ଗ୍ରୀକ୍ ଶବ୍ଦ "ଆନିମୋସ୍ "ରୁ ଆସିଛି । ଏହାର ଅର୍ଥ ହେଉଛି ପବନ ।