ଉଚ୍ଚତା ବେମାରୀ
ଅଧିକ ଉଚ୍ଚତାରେ ସ୍ୱଳ୍ପ ପରିମାଣର ଅମ୍ଲଜାନ ଥିବା ଯୋଗୁ ସ୍ୱାସ୍ଥ୍ୟହାନୀ / From Wikipedia, the free encyclopedia
ଉଚ୍ଚତା ବେମାରୀ (ଇଂରାଜୀ ଭାଷାରେ Altitude sickness) ଏକ ସାମାନ୍ୟ ଧରଣର ଆକ୍ୟୁଟ ମାଉଣ୍ଟେନ ସିକନେସ (acute mountain sickness/ AMS) ଯାହା ଅତି ଉଚ୍ଚ ସ୍ଥାନକୁ (high elevation) ଦୃତ ଗତିରେ ଗଲେ ସ୍ୱଳ୍ପ ଅମ୍ଳଜାନ (amounts of oxygen) ମିଳିବାରୁ ବିଯୁକ୍ତାତ୍ମକ ସ୍ୱାସ୍ଥ୍ୟ ଅବସ୍ଥା ହୁଏ । [1][2] ଏହି ବେମାରୀରେ ମୁଣ୍ଡ ବିନ୍ଧା, ବାନ୍ତି, ଥକ୍କାଣ ଅନୁଭବ, ନିଦ୍ରା ସମସ୍ୟା ମୁଣ୍ଡ ବୁଲା (dizziness) ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ।[1] ଆକ୍ୟୁଟ ମାଉଣ୍ଟେନ ସିକନେସ ଅଗ୍ରଗତି କଲେ ହାଇ ଅଲ୍ଟିଚ୍ୟୁଡ ପଲମୋନାରୀ ଇଡିମା (High altitude pulmonary edema) ଯୋଗୁ ଅଣନିଶ୍ୱାସୀ ହୁଏ ବା ହାଇ ଅଲ୍ଟିଚ୍ୟୁଡ ସେରେବ୍ରାଲ ଇଡିମା (high altitude cerebral edema) ହୁଏ ଯେଉଁଥିରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପୁଜେ ।[1][2] ଦୀର୍ଘକାଳ ଧରି ଉଚ୍ଚତାରେ ରହିଲେ କ୍ରନିକ ମାଉଣ୍ଟେନ ସିକନେସ (chronic mountain sickness) ଜାତ ହୁଏ ।[2]
ଉଚ୍ଚତା ବେମାରୀ (Altitude sickness) | |
---|---|
High-altitude sickness,[1] altitude illness,[1] hypobaropathy, altitude bends, soroche | |
ବିଭାଗ | ଆଶୁ ଚିକିତ୍ସା ବିଜ୍ଞାନ (Emergency medicine) |
ଲକ୍ଷଣ | ମୁଣ୍ଡ ବିନ୍ଧା, ବାନ୍ତି, ଥକ୍କାଣ ଅନୁଭବ, ନିଦ୍ରା ସମସ୍ୟା ମୁଣ୍ଡ ବୁଲା (dizziness)[1] |
ଆକ୍ରାନ୍ତ ସମୟ | ୨୪ ଘଣ୍ଟା ମଧ୍ୟରେ [1] |
କାରଣ | କମ୍ ପରିମାଣର ଅମ୍ଳଜାନ ଥିବା ଯୋଗୁ (amounts of oxygen) ଅତ୍ୟଚ୍ଚ ସ୍ଥାନରେ (high elevation) [1][2] |
ବିପଦ କାରକ | ପୂର୍ବ ରୋଗ ଇତିହାସ, ଅତିଶୟ ପରିମାଣର ସକ୍ରିୟତା, ଉଚ୍ଚତାକୁ ଦୃତ ଅଗ୍ରଗତି [2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ[2] |
ସଠିକ ରୋଗ ନିର୍ଣ୍ଣୟ | Exhaustion, ଭୁତାଣୁ ସଂକ୍ରମଣ, hangover, dehydration, carbon monoxide poisoning[1] |
ପ୍ରତିକାର | କ୍ରମିକ ଉଚ୍ଚକୁ ଉଠିବା [1] |
ଔଷଧ | ଆଇବୁପ୍ରୋଫେନ୍, ଆସେଟାଜୋଲାମାଇଡ, ଡେକ୍ସାମେଥାଜୋନ, ଅମ୍ଳଜାନ ଥେରାପି (oxygen therapy)[2] |
ଚିକିତ୍ସା | ନିମ୍ନତର ଉଚ୍ଚତାକୁ ଖସିବା, ଯଥେଷ୍ଟ ତରଳ ପଦାର୍ଥ [1][2] |
ପୁନଃପୌନିକ | 2,500 metres (8,000 ft) ଉଚ୍ଚତାରେ ୨୦% 3,000 metres (10,000 ft) ଉଚ୍ଚତାରେ ୪୦%[1][2] |
ସାଧାରଣତଃ ୨୫୦୦ ମିଟର/ ୮୦୦୦ଫୁଟ ଉଚ୍ଚତାରେ ଉଚ୍ଚତା ବେମାରୀ ହେଲେ ମଧ୍ୟ ଅଳ୍ପ ଉଚ୍ଚତାରେ ହୋଇପାରେ । [2][3] ପୂର୍ବରୁ ଏପରି ହୋଇଥିବା ରୋଗ ଇତିହାସ, ଅତିଶୟ ପରିମାଣର ସକ୍ରିୟତା, ଉଚ୍ଚତାକୁ ଦୃତ ଅଗ୍ରଗତି କଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । [2] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ଓ ତାଙ୍କର ସକ୍ରିୟତା କମିଥିଲେ ନିର୍ଣ୍ଣୟ ସହାୟକ ହୁଏ ।[2][4] ଅତି-ଉଚ୍ଚତାରେ ମୁଣ୍ଡ ବିନ୍ଧା, ଅଇ, ଅଣନିଶ୍ୱାସୀ ବା ବାନ୍ତି ହେଲେ ତାହାକୁ ଉଚ୍ଚତା ବେମାରୀ ରୋଗ ହୋଇଥିବା ନିର୍ଣ୍ଣୟ କରାଯାଏ ।[5]
ଦିନକୁ ୩୦୦ ମିଟର ବା ୧୦୦୦ଫୁଟ ଉଚ୍ଚତାରୁ ଅଧିକ ଉଠିବା ମନା ଓ ଧୀରେ ଧୀରେ ଚଢ଼ିଲେ ଏହି ବେମାରୀ ପ୍ରତିଷେଧ ହୋଇଯାଏ । [1] ଶରୀର ସକ୍ଷମ ଥିଲେ ମଧ୍ୟ ଏହି ବେମାରୀ ସଙ୍କଟ କମିଯାଏନାହିଁ । [2] ବେମାରୀ ଆରମ୍ଭ ହେଲା ମାତ୍ରେ ତଳ ଉଚ୍ଚତାକୁ ଅଣାଯାଏ ଓ ଯଥେଷ୍ଟ ତରଳ ପଦାର୍ଥ ଦିଆଯାର । [1][2] ସାମାନ୍ୟ ବେମାରୀ ଥିଲେ ଆଇବୁପ୍ରୋଫେନ୍, ଆସେଟାଜୋଲାମାଇଡ ଓ ଡେକ୍ସାମେଥାଜୋନ ଦିଆଯାଏ ।[2] ଅବସ୍ଥା ସାଂଘାତିକ ଥିଲେ ଅମ୍ଳଜାନ ଥେରାପି (oxygen therapy ଦିଆଯାଏ ଓ ଓହ୍ଲେଇବାକୁ ସକ୍ଷମ ନଥିଲେ ପୋର୍ଟେବ୍ଲ ହାଇପରବାରିକ ବ୍ୟାଗ (portable hyperbaric bag) ବ୍ୟବହାର କରାଯାଏ ।[1] ଏଇ ଚିକିତ୍ସାର ଫଳାଫଳ ଅନୁଶୀଳନ ହୋଇନାହିଁ ।[3]
ଦୃତ ଗତିରେ ୨୫୦୦ ମିଟର/୮୦୦୦ ଫୁଟ ଉଚ୍ଚତାକୁ ଉଠିଲେ ୨୦% ଲୋକଙ୍କର ଓ ୩୦୦୦ମିଟର/ ଫୁଟ ଉଚ୍ଚତାକୁ ଉଠିଲେ ୪୦% ଲୋକଙ୍କର ଏହି ବେମାରି ହେବା ସମ୍ଭାବନା ରହେ ।[1][2] ଉଚ୍ଚତା ବେମାରୀ ଓ ହାଇ ଅଲ୍ଟିଚ୍ୟୁଡ ପଲମୋନାରୀ ଇଡିମା ବା ଏଚଏସିଇ ରୋଗଦ୍ୱୟ ଉଭୟ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ଆକ୍ରମଣ କରିପାରେ କିନ୍ତୁ ହାଇ ଅଲ୍ଟିଚ୍ୟୁଡ ସେରେବ୍ରାଲ ଇଡିମା (High altitude pulmonary edema) (HAPE) ଏଚଏପିଇ ପୁରୁଷଙ୍କୁ ଅଧିକ ଆକ୍ରମଣ କରେ । [1] ଏହି ବିଷୟର ସର୍ବପୂରାତନ ଆଲେଖ୍ୟ ଚୀନ ଭାଷାର ଖ୍ରୀ:ପୂ: ୩୦ରେ ଲେଖାଥିବା ଜଣାଯାଏ ଯେଉଁଥିରେ ବଡ଼ ମୁଣ୍ଡ ବିନ୍ଧା ପର୍ବତ ("Big Headache Mountains") ବିଷୟ ଲେଖାଅଛି ଯାହା କିଲିକ ପାସ (Kilik Pass) ପାଖରେ ଥିବା କାରାକୋରମ ପର୍ବତମାଳାକୁ (Karakoram Mountains) ସଙ୍କେତ କରୁଥିବା ଅନୁମାନ କରାଯାଏ ।[6]