କଲରାପତରିଆ ବାଘ
From Wikipedia, the free encyclopedia
କଲରାପତରିଆ ବାଘ (ହିନ୍ଦୀରେ तेन्दुआ, ଈଂରାଜୀରେ Leopard ବା Panther ଓ ଜୀବବିଜ୍ଞାନ ନାମ Panthera pardus) ବଡ଼ ବିଡ଼ାଳ (Felidae) ପରିବାରର ପାନ୍ଥେରା ବଂଶର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ ।[3] ଆଫ୍ରିକା ଓ ଏସିଆ ମହାଦେଶରେ ବହୁଳ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ଏହି ପ୍ରାଣୀକୁ IUCN ତାଲିକାରେ Vulnerable ଶ୍ରେଣୀରେ ସ୍ଥାନିତ କରାଯାଇଛି । ଅଧିବାସ କ୍ଷୟ ଓ ବିଖଣ୍ଡିତ ହେବା ଯୋଗୁଁ ହଂକଂ, ସିଙ୍ଗାପୁର, କୁୱେତ୍, ସିରିଆ, ଲିବ୍ୟା, ଟ୍ୟୁନିସିଆ ଆଦି ସ୍ଥାନରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ମୋରୋକ୍କୋ ପରି ସ୍ଥାନରେ ଏମାନେ ଲୋପ ପାଇ ସାରିଲେଣି ।[1] ବର୍ତ୍ତମାନ ସମୟରେ କଲରାପତରିଆ ବାଘମାନେ ନିଜ ଅତୀତର ଭୌଗୋଳିକ ବ୍ୟାପ୍ତିର କେବଳ ୨୫% ଅଂଶରେ ସୀମିତ ।[4][5] ବହୁ କଲରାପତରିଆ ବାଘଙ୍କର ଅବୈଧ ଶିକାର କରାଯାଏ ଓ ଔଷଧ, ପୋଷାକ, ଚମଡ଼ା ପାଇଁ ଏମାନଙ୍କ ଦେହର ସମସ୍ତ ଅଂଶର ଚୋରା ବ୍ୟବସାୟ ଚାଲେ ।[6][7]
କଲରାପତରିଆ ବାଘ କଲରାପତ୍ରିଆ ବାଘ ଜୀବାଶ୍ମ କାଳ: ପ୍ଲାୟୋସିନ୍ ଶେଷ ବା ପ୍ରାକ୍-ପ୍ଲାଇଷ୍ଟୋସିନ୍ ସମୟରୁ ବର୍ତ୍ତମାନ | |
---|---|
ଭାରତୀୟ କଲରାପତରିଆ ବାଘ (ଜୀବବିଜ୍ଞାନ ନାମ Panthera pardus fusca) | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. pardus[2] |
ବାଇନୋମିଆଲ ନାମ | |
Panthera pardus[2] (କାର୍ଲ୍ ଲିନାୟସ୍, ୧୭୫୮) | |
Subspecies | |
see text | |
କଲରାପତରିଆ ବାଘଙ୍କ ଭୌଗୋଳିକ ବ୍ୟାପ୍ତି: ଅତୀତ (ଲାଲ୍), ବିଖଣ୍ଡିତ ଅବସ୍ଥିତି (ଫିକା ସାଗୁଆ), ଉପସ୍ଥିତି ଅନିଶ୍ଚିତ (ହଳଦିଆ) ଓ ବର୍ତ୍ତମାନ (ଗାଢ଼ ସାଗୁଆ) | |
Synonyms | |
ଫେଲିସ୍ ପାର୍ଡୁସ୍ (Felis pardus) କାର୍ଲ୍ ଲିନାୟସ୍, ୧୭୫୮ |
ବଡ଼ ବିଡ଼ାଳ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ କଲରାପତରିଆ ବାଘଙ୍କ ଗୋଡ଼ଗୁଡ଼ିକ ଛୋଟ, ଶରୀର ଟିକେ ଲମ୍ବା ଓ ମୁଣ୍ଡର ଖପୁରୀ ବଡ଼ । ଶରୀର ଗଠନରେ ଏମାନଙ୍କର ଜାଗୁଆରମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ କଲରାପତରିଆ ବାଘ ଜାଗୁଆର ଅପେକ୍ଷା ସାମାନ୍ୟ ଛୋଟ ଓ ଏହା ଦେହରେ ରହିଥିବା ଦାଗର ଆକାର ମଧ୍ୟ ଜାଗୁଆରର ଦେହର ଦାଗ ତୁଳନାରେ ଛୋଟ । କଲରାପତରିଆର ଦାଗ ଜାଗୁଆର ତୁଳନାରେ ଲାଗି ଲାଗି ହୋଇ ରହିଥାଏ । ଜାଗୁଆରର ପତ୍ରଦାଗର କେନ୍ଦ୍ରରେ ଆଉ ଏକ ଛୋଟ ଦାଗ ରହିଥାଏ ଯାହା କଲରାପତରିଆ ବାଘର ଦାଗରେ ଦେଖାଯାଇନଥାଏ । କିଛି ଜାଗୁଆର ଓ କଲରାପତରିଆ ବାଘଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ଦେଖାଦିଏ ଓ ସେମାନେ ସମ୍ପୂର୍ଣ୍ଣ କଳା ଦେଖାଯାନ୍ତି । ଏମାନଙ୍କୁ ବ୍ଲାକ୍ ପାନ୍ଥର୍ (କଳାବାଘ) ବୋଲି ମଧ୍ୟ କୁହାଯାଏ । କଲରାପତରିଆ ବାଘର ଚମଡ଼ାର ରଙ୍ଗ ଛଳାବରଣରେ ବହୁତ ସହାୟକ ହୁଏ । ଏମାନେ ନିଜର ଛଳାବରଣ, ଚତୁର ଶିକାର ଶୈଳୀ, ଶିକାରରେ ବିବିଧତା, ଯେକୌଣସି ଅଧିବାସରେ ଖାପଖୁଆଇ ରହିପାରିବା ଓ ପ୍ରବଳ ଶକ୍ତି (ଅନାୟାସରେ ନିଜ ଶିକାରକୁ ଦାନ୍ତରେ ଭିଡ଼ିଧରି ଗଛ ଚଢ଼ିବା) ପରି ଗୁଣ ଯୋଗୁଁ ବେଶ ପରିଚିତ । ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରହନ୍ତି । କଲରାପତରିଆ ବାଘମାନେ ୫୮ କି.ମି. ପ୍ରତି ଘଣ୍ଟାର (୩୬ ମାଇଲ୍ ପ୍ରତି ଘଣ୍ଟା) ବେଗରେ ଦୌଡ଼ି ପାରନ୍ତି ।[8]
ଜୀବାଶ୍ମ ଅଧ୍ୟୟନରୁ ଜଣାଯାଇଛି ଯେ ୟୁରୋପ ଓ ଜାପାନରେ ପ୍ଲାଇଷ୍ଟୋସିନ୍ ସମୟର ଶେଷବେଳକୁ କଲରାପତରିଆ ବାଘଙ୍କ ଉଦ୍ଭବ ହୋଇଥିଲା ।[9][10]