କୁଲ୍ଫୀ
From Wikipedia, the free encyclopedia
କୁଲ୍ଫୀ /kʊlfiː/ ଏକ ଲୋକପ୍ରିୟ ମିଠା ଜାତୀୟ ଖାଦ୍ୟ ଅଟେ ଯାହା ଦୈନିକ ଭୋଜନ ଶେଷରେ ପରିବେଷିତ ହୋଇଥାଏ । ଏହାକୁ ସାଧାରଣତଃ ଭାରତୀୟ ପାରମ୍ପରିକ ଗତ ଆଇସ-କ୍ରିମ ରୂପେ ବର୍ଣ୍ଣନା କରାଯାଇଥାଏ । [1][2] ଏହା ସାଧାରଣତଃ ଭାବେ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ମିଆଁମାର, ମଧ୍ୟ ପୂର୍ବ ଏବଂ ଅଷ୍ଟ୍ରେଲିଆ, ୟୁରୋପ, ପୂର୍ବ ଏସିଆ, ଉତ୍ତର ଆମେରିକାର ଭାରତୀୟ ରେଷ୍ଟୁରାଣ୍ଟରେ ବ୍ୟାପକ ରୂପେ ଉପଲବ୍ଧ ହୋଇଥାଏ ।
Quick Facts ଅନ୍ୟ ନାମ, ପ୍ରକାର ...
ଅନ୍ୟ ନାମ | କୁଲ୍ଫୀ |
---|---|
ପ୍ରକାର | ଆଇସ କ୍ରିମ |
ପରଷା | ଭୋଜନ ଶେଷରେ ପରିବେଷିତ |
ମୂଳ ସ୍ଥାନ | ଉତ୍ତର ପ୍ରଦେଶ, ମୁଘଲ ଏମ୍ପାଇଆର |
ଅଞ୍ଚଳ ବା ରାଜ୍ୟ | ଭାରତ |
ମୁଖ୍ୟ ଉପାଦାନ | କ୍ଷୀର |
|
Close
ପାଶ୍ଚାତ୍ୟ ଦେଶର ଆଇସ କ୍ରିମର ତୁଳନାରେ କୁଲ୍ଫୀ ବହୁତ ବହଳିଆ ଏବଂ ମଲାଇବାଲା ହୋଇଥାଏ , କାରଣ ଆଇସ କ୍ରିମକୁ ବହୁ ଜୋରେ ଫେଣ୍ଟିକରି ତିଆରି ହୋଇଥାଏ ଯାହାଦ୍ୱାରା ସେଥିରେ ପବନ ମିଶିଯାଇଥାଏ , ମାତ୍ର କୁଲ୍ଫୀକୁ ବିନା ଫେଣ୍ଟି ଜମା ଯାଇଥାଏ ।[1][3] ପ୍ରାୟତଃ କୁଲ୍ଫୀରେ ଗାଈ ବଦଳରେ ମଇଁଷି କ୍ଷୀରରେ ତିଆରି ହୋଇଥାଏ କାରଣ ଏହା ବହୁତ ବହଳିଆ ହୋଇଥାଏ ।[3]