କୈଳାସ ପର୍ବତ
ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଧାର୍ମିକ ପର୍ବତ / From Wikipedia, the free encyclopedia
କୈଳାସ ପର୍ବତ ବା କୈଳାସଗିରି ବା କେବଳ କୈଳାସ (ଇଂରାଜୀରେ Mount Kailash ବା Kailasa; ତିବ୍ବତୀୟ ଭାଷାରେ କାଂରିଂପୋଛେ ବା ଗାଂଗ୍ ରିଂପୋଛେ; གངས་རིན་པོ་ཆེ) ଚୀନର ସ୍ୱୟଂଶାସିତ ତିବ୍ବତ ଅଞ୍ଚଳସ୍ଥ ଟ୍ରାନ୍ସହିମାଳୟ ପର୍ବତମାଳାର ଏକ ପର୍ବତଶୃଙ୍ଗ । ସମୁଦ୍ରପତନରୁ କୈଳାସର ଉଚ୍ଚତା ୬୬୩୮ ମିଟର (୨୧୭୭୮ ଫୁଟ) ।
Quick Facts କୈଳାସ ପର୍ବତ, Elevation ...
କୈଳାସ ପର୍ବତ | |
---|---|
ଗାଂଗ୍ ରିଂପୋଛେ (གངས་རིན་པོ་ཆེ) | |
Elevation | ୬୬୩୮ ମିଟର |
Prominence | ୧୩୧୯ ମିଟର |
Location | |
Location | ତିବ୍ବତ, ଚୀନ |
Range | ଟ୍ରାନ୍ସ-ହିମାଳୟ |
Coordinates | 31°4′0″N 81°18′45″E |
Climbing | |
First ascent | ଅଦ୍ୟାବଧି ଅନାରୋହିତ |
Close
ମାନସରୋବର ହ୍ରଦ ଓ ରାକ୍ଷାସତାଲ ହ୍ରଦ ନିକଟରେ ଏହି ପର୍ବତ ଅବସ୍ଥିତ । ଏହି ପର୍ବତ ଆଖପାଖରୁ ସିନ୍ଧୁ, ବ୍ରହ୍ମପୁତ୍ର, ଶତଲେଜ, କର୍ଣ୍ଣାଳୀ (ଘାଘରା) ପ୍ରଭୃତି ନଦୀ ନିଃସୃତ ହୋଇଛନ୍ତି । ହିନ୍ଦୁ, ବୌଦ୍ଧ, ଜୈନ ଓ ବୋନ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ବିଶ୍ୱାସ ରହିଛି ।