କ୍ଲୋରିନ ବେସ କମ୍ପାଉଣ୍ଡ
From Wikipedia, the free encyclopedia
କ୍ଲୋରିନ ବେସ କମ୍ପାଉଣ୍ଡସ (ଇଂରାଜୀ ଭାଷାରେ Chlorine base compounds, ଅନ୍ୟ ନାମ କ୍ଲୋରିନ ରିଲିଜିଙ୍ଗ କମ୍ପାଉଣ୍ଡ/ chlorine-releasing compounds) ସମୂହ ଏକ ରାସାୟନିକ (chemicals) ଦଳ ଯେଉଁମାନଙ୍କଠାରୁ କ୍ଲୋରିନ (chlorine) ନିର୍ଗତ ହୁଏ । ଏଗୁଡ଼ିକ ମୂଖ୍ୟତଃ ବିଶୋଧନ କାମରେ ନିୟୋଜିତ ହୁଏ ଯେପରି ଜଳ ବିଶୋଧନ (disinfect water), ଡାକ୍ତରୀ ଯନ୍ତ୍ରପାତି (medical equipment) ଓ ବାହ୍ୟ ଭାଗ (suface areas) ।[1] ଜୈବ ପଦାର୍ଥମାନଙ୍କ (organic matter) ଉପସ୍ଥିତିରେ ଏମାନଙ୍କ ପ୍ରଭାବ କମିଯାଏ ।[2] ଏଗୁଡ଼ିକ ପାଉଡର ଆକାରରେ ମିଳେ ଯାହା ବ୍ୟବହାର କରିବା ପୂର୍ବରୁ ଜଳ (water) ସହିତ ମିଶେଇ ଦିଆଯାଏ ।[1]
Clinical data | |
---|---|
Drug class | disinfectant |
ATC code |
|
ଏହା ସଂସ୍ପର୍ଷରେ ଆସିଲେ ଚମରେ ଜ୍ୱାଳା ଓ ଆଖିରେ (eye) ରାସାୟନିକ ଦଗ୍ଧ (chemical burns) ଇତ୍ୟାଦି ପ୍ରତିକ୍ରିୟା ହୋଇପାରେ ।[1] ଏହା ଯୋଗୁ କ୍ଷୟ (corrosion) ମଧ୍ୟ ହୋଇପାରେ, ଏଣୁ ବ୍ୟବହାର ପରେ ଧୋଇ ସଫାକରିନେବା ଉଚିତ ।[2] ଏହି ଦଳର ସଦସ୍ୟମାନଙ୍କ ନାମ ସୋଡ଼ିଅମ ହାଇପୋକ୍ଲୋରାଇଟ (sodium hypochlorite), କ୍ଲୋରାମିନ (chloramine), ହାଲାଜୋନ (halazone), କ୍ଲୋରିନ ଡାଇଅକ୍ସାଇଡ (chlorine dioxide) ଓ ସୋଡ଼ିଅମ ଡାଇକ୍ଲୋରୋଆଇସୋସାଇନୁରେଟ (sodium dichloroisocyanurate) ।[1][3] ଅନେକ ଅଣୁଜୀବ (microorganisms) ସହିତ ଜୀବାଣୁ ସ୍ପୋରମାନଙ୍କ (bacterial spores) ବିରୁଦ୍ଧରେ ଏଗୁଡ଼ିକ କାମ କରନ୍ତି ।[3][2]
ସନ ୧୯୧୫ରେ କ୍ଲୋରିନ ବେସ କମ୍ପାଉଣ୍ଡ ପ୍ରଥମେ ବ୍ୟବହାର କରାଗଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦୦ମି:ଗ୍ରା:ର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୨ ଆମେରିକୀୟ ଡଲାର ।[6] ଏଗୁଡ଼ିକ ଚିକିତ୍ସା କ୍ଷେତ୍ର ଓ ଖାଦ୍ୟ ଉଦ୍ୟୋଗରେ ବହୁଳ ଭାବରେ ବ୍ୟବହାର କରାଯାଏ ।[3]