ଗୁଲଜାର
ଗୀତିକାର, ନିର୍ଦ୍ଦେଶକ, ପ୍ରଯୋଜକ / From Wikipedia, the free encyclopedia
ଗୁଲଜାର (ଜନ୍ମ: ୧୮ ଅଗଷ୍ଟ ୧୯୩୪; ଜନ୍ମନାମ: ସମ୍ପୂରନ ସିଂହ କାଲରା) ଜଣେ କବି, ଗୀତିକାର, ଚିତ୍ରନାଟ୍ୟ ଲେଖକ, କଥାଚିତ୍ର ପଯୋଜକ ଓ ନିର୍ଦ୍ଦେଶକ । ସେ ବ୍ରିଟିଶ ଭାରତର ଝେଲମ୍ ଜିଲ୍ଲାରେ ଜନ୍ମିତ । ଦେଶ ବିଭାଜନ ସମୟରେ ତାଙ୍କ ପିତା ଭାରତକୁ ଆସି ବସ ବାସ କଲେ । ସେ ତାଙ୍କର ବୃତି ଆରମ୍ଭ କରିଥିଲେ ଏସ ॰ ଡି ॰ ବର୍ମନ ( ବର୍ମନ ଦାଦା ଭାବରେ ପରିଚିତ )ଙ୍କ ସହ ୧୯୬୩ ନିର୍ମିତ ଫିଲ୍ମ 'ବନ୍ଦିନୀ 'ରେ ଗୀତିକାର ଭାବେ । ଗୁଲଜର ସେ ସମୟର ସବୁ ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତିକାର ଭାବେ କାମ କରିବା ସହ ' ଆନ୍ଧୀ' ଓ 'ମୌସମ' ନାମକ ଦୁଇଟି ଫିଲ୍ମ , ଟିଭି ସିରିୟାଲ ' ମିଥ୍ଯା ଘାଳିବ'ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୧୯୭୦ରୁ ୧୯୮୦ ପର୍ଯ୍ୟନ୍ତ ସକ୍ରିୟ ଭୂମିକା ନେଇଥିବା ଗୁଲଜର ପୁଣି ୧୯୯୩ରେ ' କିରଦାର ' ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।
ଗୁଲଜାର | |
---|---|
ଜନ୍ମ | ସମ୍ପୂରନ ସିଂହ କାଲରା (1934-08-18) ୧୮ ଅଗଷ୍ଟ ୧୯୩୪ (ବୟସ ୮୯) ଦିନ, ପଞ୍ଜାବ, ବ୍ରିଟିଶ ଭାରତ (ବର୍ତ୍ତମାନର ପଞ୍ଜାବ, ପାକିସ୍ତାନ) |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୫୬–ଏବେଯାଏଁ |
ବୈବାହିକ-ସାଥୀ |
ରାଖୀ ଗୁଲଜାର (m. ୧୯୭୩) |
ସନ୍ତାନ | ମେଘନା ଗୁଲଜାର |
ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୨) ପଦ୍ମ ଭୂଷଣ (୨୦୦୪) ଏକାଡେମୀ ପୁରସ୍କାର (୨୦୦୮) ଗ୍ରାମୀ ଆୱାର୍ଡ଼ (୨୦୧୦) ଦାଦା ସାହେବ ଫାଲକେ ପୁରସ୍କାର (୨୦୧୩) ଜ୍ଞାନପୀଠ ପୁରସ୍କାର (୨୦୨୪) |
ଦସ୍ତଖତ | |
Gulzar signature |
ଗୁଲଜାର କବିତା , ଚିତ୍ର ନାଟ୍ୟ, ସଂଳାପ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦଉଥିଲେ । ସେ ଦେୟାଶର ତୃତୀୟ ସର୍ବୋତ୍ତମ ନାଗରିକ ସମ୍ମାନ କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର ସହ ଦାଦାସାହେବ ଫାଳକେ ପୁରସ୍କାର , ୨୦ଟି ଫିଲ୍ମ ଫେୟାର ପୁରସ୍କାର , ଏକାଡେମି ପୁରସ୍କାର , ଗ୍ରାମୀ ପୁରସ୍କାର ସହ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି d.[1][2]