ଡିଜିଟାଲ କାମେରା
From Wikipedia, the free encyclopedia
ଡିଜିଟାଲ ଜୁମ ଏକ ପ୍ରଣାଳୀ ଯାହାଦ୍ୱାରା ଡିଜିଟାଲ ଫଟୋ ଉତ୍ତୋଳନ ବା ଭିଡିଓର ଦୃଷ୍ଟିଗତ କୋଣକୁ ପରିବର୍ତନ କରାଯାଇଥାଏ । ଏହାଦ୍ୱାରା ଛବିର ଆକାରକୁ ଛେଦନ ପୂର୍ବକ ସାନ କେନ୍ଦ୍ରିକ ଅଞ୍ଚଳକୁ ମୂଳ ଛବି ଆକାର ପ୍ରଦାନ କରାଯାଇଥାଏ । ଏହା ଏଲେକ୍ଟ୍ରୋନିକ ମାଧ୍ୟମରେ ହଉଥିବାରୁ ଏଥିରେ ଦୃଷ୍ଟିଗତ ଘନତ୍ୱରେ ବୃଦ୍ଧହୀ ହେଇ ନ ଥାଏ । .[1]
ଛବିର ଗୁଣବତ୍ତାକୁ ତୁଳନା କରାଗଲା ବେଳକୁ ଡିଜିଟାଲ ଜୁମ ମାଧ୍ୟମରେ ବଡ କରାଯାଇଥିବା ଛବି , ସାଧାରଣ ଛବିକୁ ପରେ ପ୍ରକ୍ରିୟାକରଣଦ୍ୱାରା ବଡ କରାଯାଇଥିବା ଛବି ଅପେକ୍ଷ୍ୟା ଉନ୍ନତତର ଗୁଣବତ୍ତାର ହେଇଥାଏ । କେତେ ପ୍ରକାର କାମେରଦ୍ୱାରା JPEG ଫର୍ମାଟରେ ଛବିକୁ ସଙ୍କୁଚିତ କରାଯାଇପାରୁଥିବା ବେଳେ ଆଉ କେତେକ କାମେରାରେ ଛବିକୁ ଅବିକ୍ଷତ ଭାବରେ ମୂଳ ରୂପରେ ସଂରକ୍ଷିତ କରାଯାଇଥାଏ । ତେବେ ପରେ ପ୍ରକ୍ରିୟାକରଣ ସମୟରେ ଛବିକୁ ବଡ ଆକାର କଳା ବେଳେ ଡିଜିଟାଲ ଜୁମରେ ଉଠାଯାଇଥିବା ଛବି ବେସୀ ଉନ୍ନତ ମାନର ହେଇଥାଏ , କାରଣ କାମେର ଛବି ଉତ୍ତୋଳନ ବେଳେ ଏହାର ଟିକିନିଖି ବିବରଣୀକୁ intarpolationଦ୍ୱାରା ସଞ୍ଚୟ କରିଥାଏ ।
ଆଧୁନିକ କାମେରା ଫୋନରେ କେବଳ ଡିଜିଟାଲ ଜୁମ ବ୍ୟବହାର ହେଇଥାଏ , ଏଥିରେ ଅପଟିକାଳ ଜୁମର ବ୍ୟବସ୍ଥା ନ ଥାଏ । ଏଣୁ ଫୋନରେ ଉଠାଯାଇଥିବା ଛବି ବୃହତ ଆକାର କଲାବେଳେ ତାହାର ଗୁଣ ଭଲ ଆସିନଥାଏ ।