ତାଜିକିସ୍ତାନ
From Wikipedia, the free encyclopedia
ତାଜିକିସ୍ତାନ ମଧ୍ୟ-ଏସିଆର ଏକ ସ୍ଥଳଭାଗରେ ଘେରା ଦେଶ । ଏହାର କ୍ଷେତ୍ରଫଳ ୧୪୩,୧୦୦ ବର୍ଗ କିଲୋମିଟର (୫୫,୩୦୦ ବର୍ଗ ମାଇଲ) ଏବଂ ଆନୁମାନିକ ଜନସଂଖ୍ୟା ୯,୫୩୭,୬୪୫ |ଏହାର ଦକ୍ଷିଣରେ ଆଫଗାନିସ୍ତାନ, ପଶ୍ଚିମରେ ଉଜବେକିସ୍ତାନ, ଉତ୍ତରରେ କିର୍ଗିଜସ୍ଥାନ ଏବଂ ପୂର୍ବରେ ଚୀନ ଅବସ୍ଥିତ। ତାଜିକ୍ ଲୋକମାନଙ୍କର ପାରମ୍ପାରିକ ବାସଭୂମିରେ ବର୍ତ୍ତମାନର ତାଜିକିସ୍ତାନ ଏବଂ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନର କିଛି ଅଂଶ ଅନ୍ତର୍ଭୁକ୍ତ ।
ବର୍ତ୍ତମାନ ତାଜିକିସ୍ତାନ ଗଠନ କରୁଥିବା ଅଞ୍ଚଳ ପୂର୍ବରୁ ବହୁ ପୁରାତନ ସଂସ୍କୃତିର ଘର ଥିଲା, ନୂତନ ପ୍ରସ୍ତର ଯୁଗ ଏବଂ ବ୍ରୋଞ୍ଜ ଯୁଗର ସରଜମ୍ ସହର ଏବଂ ପରେ ଅକ୍ସସ୍ ଭ୍ୟାଲି ସଭ୍ୟତା ସମେତ ବିଭିନ୍ନ ଧର୍ମ ଏବଂ ସଂସ୍କୃତିର ଲୋକମାନଙ୍କଦ୍ୱାରା ଶାସିତ ରାଜ୍ୟଗୁଡିକ ଥିଲା ଯଥା ଆଣ୍ଡ୍ରୋନୋଭୋ ସଂସ୍କୃତି, ବୌଦ୍ଧ ଧର୍ମ, ନେଷ୍ଟୋରିଆନ୍ ଖ୍ରୀଷ୍ଟିଆନ, ବୈଦିକ ଧର୍ମ, ଜୋରାଷ୍ଟ୍ରିଆନ୍ ଧର୍ମ, ମାନୀକ ଧର୍ମ ଏବଂ ଇସଲାମ ଧର୍ମ| ଆକେମେନିଡ୍ ସାମ୍ରାଜ୍ୟ, ସାସାନିଆନ୍ ସାମ୍ରାଜ୍ୟ, ହେଫଥାଲାଇଟ୍ ସାମ୍ରାଜ୍ୟ, ସାମାନିଦ୍ ସାମ୍ରାଜ୍ୟ ଏବଂ ମୋଙ୍ଗୋଲ ସାମ୍ରାଜ୍ୟ ସମେତ ଅନେକ ସାମ୍ରାଜ୍ୟ ଏବଂ ରାଜବଂଶଦ୍ୱାରା ଏହି ଅଞ୍ଚଳ ଶାସିତ ହୋଇଛି | ଏହି ଅଞ୍ଚଳ ପରେ ରୁଷ ସାମ୍ରାଜ୍ୟ ଏବଂ ପରବର୍ତ୍ତୀ ସମୟରେ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଅନ୍ତର୍ଭୁକ୍ତ ହେଲା | ସୋଭିଏତ୍ ୟୁନିଅନ୍ ମଧ୍ୟରେ ଏହା ପ୍ରଥମେ ଉଜବେକିସ୍ତାନର ଏକ ସ୍ୱୟଂଶାସିତ ଗଣତନ୍ତ୍ର ଭାବରେ ଓ ପରେ ୧୯୨୯ ମସିହାରେ ଏକ ପୂର୍ଣ୍ଣ ସୋଭିଏତ୍ ଗଣତନ୍ତ୍ରର ପାହ୍ୟା ପାଇଥିଲା । ୯ ସେପ୍ଟେମ୍ବର ୧୯୯୧ ରେ, ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ପରେ ତାଜିକିସ୍ତାନ ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା।