ତୋକୁଗାୱା ଶୋଗୁନେତ
From Wikipedia, the free encyclopedia
ତୋକୁଗାୱା ଶୋଗୁନେତ (徳川幕府, ତୋକୁଗାୱା ବାକୁଫୁ) ବା ଏହାର ବିଶେଷ ଜାପାନୀ ନାମ ଏଦୋ ଶୋଗୁନେତ (江戸幕府, ଏଦୋ ବାକୁଫୁ), ଏଦୋ ଯୁଗରେ ଜାପାନର ଏକ ସାମନ୍ତବାଦୀ ସୈନ୍ଯବାଦୀ ପ୍ରଶାସନ ଯାହା ୧୬୦୦ରୁ ୧୮୬୮ ମସିହା ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା ।[6][7][6][8]
ତୋକୁଗାୱା ଶୋଗୁନେତ
| |||||||||||
---|---|---|---|---|---|---|---|---|---|---|---|
୧୬୦୦–୧୮୬୮ | |||||||||||
| |||||||||||
ରାଜଧାନୀ | ଏଦୋ, ମୁସାଶୀ ପ୍ରାନ୍ତ (ଶୋଗୁନଙ୍କ ପ୍ରାସାଦ) ହେଇଆଁ-କ୍ଯୋ (ସମ୍ରାଟଙ୍କ ପ୍ରାସାଦ) | ||||||||||
ସାଧାରଣ ଭାଷା | ପ୍ରାଥମିକ ଆଧୁନିକ ଜାପାନୀ ଭାଷା | ||||||||||
ଧର୍ମ | ଶିଣ୍ଟୋବାଦ ଶିନ୍ବୁତ୍ସୁ-ଶୁଗୋ ଜାପାନୀ ବୌଦ୍ଧ ଧର୍ମ | ||||||||||
Government | ସାମନ୍ତବାଦୀ[1] ବଂଶାନୁକ୍ରମିକ[2] ସୈନିକ ଏକଛତ୍ରବାଦ[3] | ||||||||||
ସମ୍ରାଟ | |||||||||||
• ୧୬୦୦–୧୬୧୧ (ପ୍ରଥମ) | ଗୋୟୋଜେ[4] | ||||||||||
• ୧୮୬୭–୧୮୬୮ (ଶେଷ) | ସମ୍ରାଟ ମେଇଜୀ[5] | ||||||||||
ଶୋଗୁନ | |||||||||||
• ୧୬୦୦–୧୬୦୫ (ପ୍ରଥମ) | ତୋକୁଗାୱା ୟେଆସୁ | ||||||||||
• ୧୮୬୬–୧୮୬୮ (ଶେଷ) | ତୋକୁଗାୱା ୟୋଶିନୋବୁ | ||||||||||
ରୋଜୁ | |||||||||||
• ୧୬୦୦–୧୬୧୪ (ପ୍ରଥମ) | ଓକୁବୁ ତାଦାଚିକା | ||||||||||
• ୧୮୬୮ (ଶେଷ) | ତାଚିବାନା ତାନେୟୁକି | ||||||||||
Historical era | ଏଦୋ ଯୁଗ | ||||||||||
• ସେକିଗାହାରା ଲଢେଇ | ୨୧ ଅକ୍ଟୋବର ୧୬୦୦ | ||||||||||
• ଓସାକାର ଦଖଲ | ୮ ନଭେମ୍ବର ୧୬୧୪ | ||||||||||
• ସାକୋକୁ ଲେଖ | ୧୬୩୫ | ||||||||||
• କାନାଗାୱା ସନ୍ଧି | ୩୧ ମାର୍ଚ୍ଚ ୧୮୫୪ | ||||||||||
• ହାର୍ରୀଶ ସନ୍ଧି | ୨୯ ଜୁଲାଇ ୧୮୫୮ | ||||||||||
• ମେଇଜୀ ପୁନରୁଦ୍ଧାରଣ | ୩ ଜାନୁଆରୀ ୧୮୬୮ | ||||||||||
ମୁଦ୍ରା | ତାମ୍ର ମୋନ, ରୌପ୍ୟ ବୁ ଓ ଶୁ ଏବଂ ସ୍ୱର୍ଣ୍ଣ ରିଓ ଆଧାରିତ ତ୍ରୈଧାତବୀୟ ତୋକୁଗାୱା ମୁଦ୍ରିକରଣ ପ୍ରଣାଳୀ | ||||||||||
| |||||||||||
Today part of | ଜାପାନ |
ସେଙ୍ଗୋକୁ ଯୁଗର ଆଶିକାଗା ଶୋଗୁନେତର ଅନ୍ତ ପରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ, ସେକିଗାହାରା ଲଢେଇରେ ସମାପ୍ତ ହୋଇଥିଲା । ଏହି ଲଢେଇରେ ବିଜୟଲାଭ କରିଥିବା ତୋକୁଗାୱା ୟେଆସୁଙ୍କଦ୍ୱାରା ତୋକୁଗାୱା ଶୋଗୁନେତ ସ୍ଥାପିତ ହୋଇଥିଲା । ୟେଆସୁଙ୍କ ଶୋଗୁନ ହେବାପରେ ତୋକୁଗାୱା ବଂଶର ଲୋକମାନେ ଏଦୋର (ଟୋକିୟୋର) ଏଦୋଭୁବନରେ ରହି ଶାସନ କରୁଥିଲେ । ଏଥିରେ ସାମୁରାଇ ବର୍ଗର ଦାଇମ୍ଯୋ ସ୍ୱାମୀମାନେ ତାଙ୍କର ସାହାଯ୍ୟ କରିଥିଲେ ।[9][10][7] ତୋକୁଗାୱା ଶୋଗୁନେତ ଜାପାନୀ ସମାଜକୁ ଶ୍ରେଣୀ ଆଧାରିତ ସମାଜରେ ବିଭକ୍ତ କରିଥିଲେ ଏବଂ ସ୍ୱତନ୍ତ୍ରୀକରଣ ଯୋଜନା ଆଧାରରେ ବିଦେଶୀ ପ୍ରଭାବକୁ କମାଇବା ପାଇଁ ବିଦେଶୀ ଲୋକଙ୍କୁ ବିତାଡିତ କରିଥିଲେ । ତୋକୁଗାୱା ଶୋଗୁନମାନେ ଜାପାନକୁ ସାମନ୍ତବାଦୀ ଶାସନରେ ପରିଚାଳିତ କରୁଥିଲେ, ଯେଉଥିରେ ପ୍ରତ୍ଯେକ ଦାଇମ୍ଯୋ, ଏକ ହାନ୍ ଉପରେ ରାଜୁତି କରୁଥିଲେ । ତୋକୁଗାୱା ଶୋଗୁନେତର ଶାସନ କାଳରେ ଜାପାନରେ ଦ୍ରୁତ ଅର୍ଥନୈତିକ ଏବଂ ସାସ୍କୃତିକ ଅଭିବୃଦ୍ଧି ହୋଇଥିଲା ଯାହା ପରେ ବଣିକ ଗୋଷ୍ଠୀ ଏବଂ ଉକିୟୋ ସଂସ୍କୃତିର ଆରମ୍ଭ କଲା ।
ବାକୁମାତ୍ସୁ ଯୁଗରେ ("ଶୋଗୁନେତର ଶେଷ ଅଧିନିୟମ") ୧୮୫୩ ମସିହାରୁ ତୋକୁଗାୱା ଶୋଗୁନେତ ଦୁର୍ବଳ ହୋଇଯାଇଥିଲା । ମେଇଜୀ ପୁନରୁଦ୍ଧାରଣ ସମୟରେ ସାମ୍ରାଜ୍ୟ ସଭାର ସମର୍ଥକଙ୍କ ସହାୟତାରେ ଶୋଗୁନେତକୁ ତଡ଼ି ଦିଆଗଲା । ମେଇଜୀ ପ୍ରଶାସନଦ୍ୱାରା ଜାପାନୀ ସାମ୍ରାଜ୍ୟର ପୁନଃ ପ୍ରତିଷ୍ଠା ହେଲା ଏବଂ ତୋକୁଗାୱା ବିଶ୍ୱସ୍ତମାନେ ବୋଶିନ ଯୁଦ୍ଧରେ ଲଢିବା ଜାରି ରଖିଲେ । ଏହି ସଂଘର୍ଷ ୧୮୬୯ ଜୁନ ମାସର ହାକୋଦାତେ ଲଢେଇରେ ଏଜୋ ଗଣତନ୍ତ୍ରର ସମାପ୍ତି ପର୍ଯ୍ୟନ୍ତ ଚାଲି ରହିଥିଲା ।