ବନ୍ୟା
From Wikipedia, the free encyclopedia
ବନ୍ୟା ନାମ ଦିଆଯାଏ ଯେତେବେଳେ ଜଳ ସୀମା ବହିର୍ଭୁତ ହୋଇ ସାଧାରଣ ଶୁଖିଲା ଭୂମିକୁ ଜଳ ପ୍ଲାବନ କରେ ।[1] ୟୁରୋପିଆନ୍ ୟୁନିଅନ୍ ଫ୍ଲଡ଼ ଡାରେକ୍ଟିଭ୍ର ସଂଜ୍ଞା ଅନୁସାରେ 'ସାଧାରଣ ଅଣପ୍ଳାବିତ ଭୂମି ଜଳଦ୍ୱାରା ପ୍ଲାବିତ ହେଲେ ବନ୍ୟା କୁହାଯାଏ ।[2] ସମୁଦ୍ର ଲହରୀର ଅନ୍ତଃ-ପ୍ରହାହକୁ ମଧ୍ୟ ପ୍ରବହମାନ ଜଳ ଭାବରେ ଗ୍ରହଣ କରାଯାଏ । ଜଳାଶୟ ମଧ୍ୟରେ ନଦୀ ଓ ହ୍ରଦ ଅନ୍ତର୍ଭୁକ୍ତ ଯେଉଁଠାରେ ଜଳ ବନ୍ଧ ଭାଙ୍ଗି ବା କୂଳ ଲଙ୍ଘନ କରି କିଛି ଜଳ ତାହାର ସୀମା ବହିର୍ଭୁତ ହୁଏ[3] କିମ୍ବା ବର୍ଷା ଜଳ ଜମି ସୀମା ଲଙ୍ଘନ କରିଲେ ବନ୍ୟା ହୁଏ । ଋତୁ ପରିବର୍ତ୍ତନ ଅନୁସାରେ ବରଫ ତରଳି ବା ଭୂସ୍ଖଳନ ହୋଇ ହ୍ରଦ ବା ଅନ୍ୟ ଜଳାଶୟର ଜଳ ମାତ୍ରା ବଢ଼ିଲେ ମଧ୍ୟ ସମ୍ପତ୍ତି ବା ଗୃହପାଳିତ ପଶୁମାନଙ୍କର କ୍ଷୟକ୍ଷତି ନ ହେଲେ ବନ୍ୟା ହିସାବରେ ଗଣନା କରାଯାଏ ନାହିଁ ।
ନଦୀର ଜଳ ଧାରଣ କ୍ଷମତାଠାରୁ ଅଧିକ ଜଳ ପ୍ରବାହ ହେଲେ, ବିଶେଷତଃ ନଦୀ ବାଙ୍କ ସ୍ଥାନ ଥିଲେ ବା ଅଙ୍କାବଙ୍କା ପ୍ରବାହ ଥିଲେ ବନ୍ୟା ସମ୍ଭାବନା ହୁଏ । ବନ୍ୟା ପ୍ଳାବନ ସ୍ଥାନମାନଙ୍କରେ ଘର ଓ ବ୍ୟବସାୟ ଥିଲେ କ୍ଷତିଗ୍ରସ୍ତ ହୁଏ । ବନ୍ୟା ସମୟରେ ସ୍ଥାନ ତ୍ୟାଗ କରିଦେଲେ କ୍ଷତି ଟଳିଯାଏ । ଲୋକମାନେ ନଦୀ ପାଖରେ ବାସ କରିବାର କାରଣ; ସେହି ସ୍ଥାନ ଗୁଡ଼ିକ ସମତଳ ଓ ଉର୍ବର ଓ ଏହାକୁ ପଥ ହିସାବରେ ବ୍ୟବହାର କରି ସୁବିଧାରେ ଯିବା ଆସିବା କରନ୍ତି ତଥା କଳକାରଖାନା ବେପାର ଓ କିଣାବିକା ହୁଏ ।
ବନ୍ୟା ଧୀରେ ବା ଶୀଘ୍ର(flash flood) ହୋଇପାରେ । ଏହା ବିଶେଷ ବର୍ଷା ଲକ୍ଷଣ ନ ଥାଇ କିଛି ମିନିଟ ମଧ୍ୟରେ ହୋଇପାରେ । ଅଧିକନ୍ତୁ ବନ୍ୟା ସ୍ଥାନୀୟ ହୋଇପାରେ କିମ୍ବା ବିରାଟ ଧରଣର ହୋଇପାରେ ।