ବ୍ରାହ୍ମଣୀ ନଦୀ
ଭାରତର ଏକ ନଦୀ / From Wikipedia, the free encyclopedia
ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ । ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀ ଝାଡ଼ଖଣ୍ଡ ରାଜ୍ୟର ଛୋଟନାଗପୁର ମାଳଭୂମିରୁ ବାହାରିଛନ୍ତି । ଏହି ଦୁଇନଦୀ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର ନିକଟବର୍ତୀ ପାନପୋଷଠାରେ ମିଳିତ ହୋଇ ଗୋଟିଏ ନଦୀ ହୋଇଛନ୍ତି । ଏହାର ନାମ ବ୍ରାହ୍ମଣୀ । ଏହା କଟକ ଜିଲ୍ଲା ଓ ଯାଜପୁର ଅଞ୍ଚଳରେ ବୈତରଣୀ ନଦୀ ସହିତ ମିଶି ବଙ୍ଗୋପସାଗରରେ ପଡ଼ିଅଛି । ବଣାଇଗଡ଼, ଭୁବନ, ତାଳଚେର ଓ ଜେନାପୁର ଏହି ନଦୀର କୂଳରେ ଅବସ୍ତିତ । ବ୍ରାହ୍ମଣୀ ନଦୀରେ ବେଶୀ ବନ୍ୟା ହେଲେ ଯାଜପୁର ଅଞ୍ଚଳର କ୍ଷତି ହୁଏ । [1][2]
Quick Facts ଦେଶ, ରାଜ୍ୟ ...
ବ୍ରାହ୍ମଣୀ ନଦୀ | |
River | |
ଦେଶ | ଭାରତ |
---|---|
ରାଜ୍ୟ | ଓଡ଼ିଶା |
Source | ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀର ମିଳନ |
- coordinates | 22°14′45″N 84°47′02″E |
Mouth | ବଙ୍ଗୋପସାଗର |
Close