ଲିଖିତାଦେଶ
From Wikipedia, the free encyclopedia
ଲୋକବିଧିରେ, ଏକ ଲିଖିତାଦେଶ ହେଉଛି ପ୍ରଶାସନିକ ବା ନ୍ୟାୟିକ ଅଧିକାରପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନ (ସାଧାରଣତଃ ଏକ ନ୍ୟାୟାଳୟ)ଦ୍ୱାରା ପ୍ରକାଶିତ ଏକ ଆଧିକାରିକ ଲିଖିତ ଅଧ୍ୟାଦେଶ । ୱାରେଣ୍ଟ, ବିଶେଷାଧିକାର ଲିଖିତାଦେଶ, ଏବଂ ସାକ୍ଷ ଆହ୍ବାନ ଆଦି ସାଧାରଣ ପ୍ରକାରର ଲିଖିତାଦେଶ ରହିଛି ।
ବହୁପୂର୍ବରୁ, ଲିଖିତାଦେଶ (writ) ସାଧାରଣତଃ ଇଂରେଜ ରାଜତନ୍ତ୍ରୀଙ୍କଦ୍ୱାରା ଏକ ନିର୍ଦ୍ଦିଷ୍ଟ ବ୍ଯକ୍ତିକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପୂରଣ କରିବା ପାଇଁ ପ୍ରକାଶିତ ଏକ ଲିଖିତ ଆଦେଶ; ଉଦାହରଣ ସ୍ବରୂପ, ସାମନ୍ତ କାଳରେ ରାଜାଙ୍କଦ୍ୱାରା "ସୈନ୍ଯାହ୍ୱାନ ଲିଖିତାଦେଶ" କୌଣସି ଭଡାଟିଆ-ମୁଖ୍ୟଙ୍କୁ ନିଜ ଅଙ୍ଗରକ୍ଷୀମାନଙ୍କ ସହିତ ଯୁଦ୍ଧରେ ଉପସ୍ଥିତ ହେବାର ଆଦେଶ ।[1] ସଂଯୁକ୍ତ ରାଜ୍ଯ, କାନାଡା ଏବଂ ଅଷ୍ଟ୍ରେଲିଆରେ ବ୍ରିଟିଶ ରାଜତନ୍ତ୍ରୀଙ୍କ ନାମରେ ସ୍ଥାନୀୟ ଅଧିକାରୀ ପଦ ପାଇଁ (କାନାଡାରେ ଗଭର୍ଣ୍ଣର ଜେନେରାଲଙ୍କଦ୍ୱାରା ଏବଂ ଅଷ୍ଟ୍ରେଲିଆରେ ଗଭର୍ଣ୍ଣର ଜେନେରାଲଙ୍କଦ୍ୱାରା ପ୍ରତିନିଧି ସଭା ନିମନ୍ତେ ନିର୍ବାଚନ ପାଇଁ କିମ୍ବା ରାଜ୍ଯ ରାଜ୍ୟପାଳଙ୍କଦ୍ୱାରା ରାଜ୍ଯ ନିର୍ବାଚନ ପାଇଁ) ନିର୍ବଚନର ନିମନ୍ତେ ନିର୍ବାଚନର ଲିଖିତାଦେଶ ପ୍ରକାଶ ହୁଏ । ମଧ୍ଯଯୁଗୀୟ ଇଂରେଜ ରାଜାମାନଙ୍କଦ୍ୱାରା କୌଣସି ବ୍ଯକ୍ତିକୁ ସଂସଦରେ ଉପସ୍ଥିତ ହେବାପାଇଁ ଲିଖିତାଦେଶ ବ୍ଯବହାର କରାଯାଉଥିଲା ।[2] ସେତେବେଳେ ସଂସଦ କେବଳ ସ୍ୱାମୀମାନଙ୍କ ଗୃହରେ ତିଆରି ହୋଇଥିଲା । ସଂସଦରେ ଆହ୍ୱାନିତ ବ୍ଯକ୍ତିର ଉପଦେଶ ମହତ୍ତ୍ବପୂର୍ଣ୍ଣ ମନେକରି ତାଙ୍କୁ ବାରୋନ ପଦ ଦିଆଯାଉଥିଲା ।