ସାଦୃଶ୍ୟ
ଭିନ୍ନ ବିନ୍ନ ପ୍ରଜାତିର ପ୍ରାଣୀମାନଙ୍କର ସାଦୃଶ୍ୟ / From Wikipedia, the free encyclopedia
ବିବର୍ତ୍ତନ ପ୍ରାଣୀ ବିଜ୍ଞାନ evolutionary biology ଅନୁସାରେ ସାଦୃଶ୍ୟ (ଇଂରାଜୀ ଭାଷାରେ mimicry) ଏକ ବିବର୍ତ୍ତନ ସାଦୃଶ୍ୟ ଯାହା ଗୋଟିଏ ଜୀବ ସହ ଅନ୍ୟ ଗୋଟିଏ ପଦାର୍ଥ ବା ଅନ୍ୟ ଜୀବ ସହିତ ସାଦୃଶ୍ୟ ଥାଏ । ଅନେକ ସମୟରେ ଏହି ସାଦୃଶ୍ୟ ଜୀବକୁ ତାହାର ଖାଦକମାନଙ୍କଠାରୁ ସୁରକ୍ଷା ମିଳିବାକୁ ଉପଯୋଗୀ ହୋଇଥାଏ । [1] ସମଦୃଷ୍ଟି ହେବା ଯୋଗୁ ହିଂସ୍ର ଜନ୍ତୁମାନଙ୍କର ବ୍ୟବହାର ବଦଳିଯାଏ ଯାହା ଶିକାରକୁ ସୁରକ୍ଷା ପ୍ରଦାନ କରିଥାଏ । [2] ଏହି ସାଦୃଶ୍ୟ ବିଭିନ୍ନ ପ୍ରକାର ହୋଇପାରେ ଯେପରିକି ଦୃଷ୍ଟ, ଶ୍ରବଣ, ରାସାୟନିକ, ସ୍ପର୍ଶ ବା ବୈଦୁତିକ ଓ ଏମାନଙ୍କର ଗ୍ରହଣଶୀଳ ମିଶ୍ରଣ ହୋଇପାରେ । [2][3] ଏହ ଉଭୟ ଖାଦ୍ୟ ଓ ଖାଦକକୁ ଲାଭପ୍ରଦ ହୋଇପାରେ । ପକ୍ଷୀମାନେ ଦେଖିକରି ସ୍ୱାଦିଷ୍ଟ ପୋକଙ୍କୁ ଚିହ୍ନିପାରନ୍ତି ଓ ହାନୀକାରକ ଦ୍ରବ୍ୟ ବା ପ୍ରାଣୀଙ୍କଠାରୁ ଦୂରେଇ ଯାଆନ୍ତି । ବେଳେ ବେଳେ ଉଭୟ ପକ୍ଷଙ୍କର ସାଦୃଶ୍ୟ ଥିବା ଦେଖାଯାଏ ।[4] ଅନେକ ପ୍ରଜାତିର ପ୍ରାଣୀମାନଙ୍କର ସାଦୃଶ୍ୟ ଥାଏ ଯେପରକି ବିରୁଡ଼ିଙ୍କଠାରୁ ହୋଭରଫ୍ଲାଇ ରକ୍ଷା ପାଇପାରନ୍ତି । ଶିକାର ଓ ଶିକାରୀ ମଧ୍ୟରେ ହେଉଥିବା ସାଦୃଶ୍ୟ ପ୍ରାୟ ୩ ବା ଅଧିକ ପ୍ରଜାତିଙ୍କଠାରେ ଦେଖାଯାଏ । [5]
ବ୍ୟାପକ ଅର୍ଥରେ ସାଦୃଶ୍ୟରେ ନିର୍ଜୀବମାନଙ୍କୁ ମଧ୍ୟ ନିଆଯାଇପାରେ । ନିର୍ଜୀବଙ୍କ ପାଇଁ ବେଳେ ବେଳେ ମାସ୍କେରେଡ ଓ ମାଇମେସିସ ଶବ୍ଦ ବ୍ୟବହାର କରାଯାଏ । [6][3][7] ଉଦାହରଣ ସୁରୂପ ପ୍ଲାଣ୍ଟହପର (planthoppers), ପୋଲିଗୋନିଆ ସି-ଆଲବନ (comma) ଓ ଜେଓମିଟର ମଥ (geometer moth) ସଂବାଳୁଆ ଆଦି ପ୍ରାଣୀମାନଙ୍କର ଗଛର ଛାଲି, ପତ୍ର ଓ ଫୁଲ ସହିତ ସାମଞ୍ଜସ୍ୟ ଥାଏ । [3][4][8][9] କେତେକ ପ୍ରାଣୀଙ୍କର ଆଖି ବଡ଼ ପଶୁଙ୍କ ଆଖି ଭଳି ଦେଖାଯାଏ । ଏହି ଆଖି ଦେଖି ଅନ୍ୟ ପଶୁମାନେ ପ୍ରତିକ୍ରିୟା ସୃଷ୍ଟି କରନ୍ତି କି ନାହିଁ, ତାହା ଜଣାଯାଇ ନାହିଁ । [10] ଏହାକୁ ଆଧୁନିକ ସାହିତ୍ୟରେ ଦେଖାଯାଉଛି । [11][12][13]
ସାଦୃଶ୍ୟ ଯୋଗୁ ବିବର୍ତ୍ତନାତ୍କକ ଦୌଡ଼ରେ (evolutionary arms race) ବିଯୁକ୍ତାତ୍ମକ ପ୍ରଭାବ ପଡ଼ିଲେ ସ୍ୱୟଂ ଚେହେରା ପରିବର୍ତ୍ତନ ହୋଇପାରେ ।[4]p161 ଅନେକ ସମୟରେ ପାରିପାର୍ଶ୍ୱିକ ଅବସ୍ଥାକୁ ଖାପ ଖୁଏଇବା ନିମନ୍ତେ ଜୀବନଚର୍ଯ୍ୟାରେ କିଛି ପରିବର୍ତ୍ତନ ହୁଏ ଯାହାକୁ କନଭର୍ଜେଣ୍ଟ ବିବର୍ତ୍ତନ (convergent evolution) କୁହାଯାଏ । ବିଭିନ୍ନ ଜୈବ ଜୀବନଚକ୍ର (life cycle) ନିମନ୍ତେ ପ୍ରଜାପତି ଭଳି ପରିବର୍ତ୍ତନ ହୁଏ । ଏକାଧିକ ସାଦୃଶ୍ୟ ମଧ୍ୟ ଦେଖାଯାଏ । କେତେକ ମଡେଲ ସମ୍ପର୍କୀୟ ଥାଆନ୍ତି[14] କିନ୍ତୁ ସମ୍ପର୍କ ନଥାଇ ମଧ୍ୟ ସାଦୃଶ୍ୟ ହୋଇପାରେ । କୀଟ ପତଙ୍ଗ (insects) ସବୁ ଏଥି ପାଇଁ ଜଣାଶୁଣା । [3] ମେରୁଦଣ୍ଡୀ ପ୍ରାଣୀଙ୍କର ମଧ୍ୟ ସାଦୃଶ୍ୟ ହୋଇପାରେ କିନ୍ତୁ ଏହା ଉପରେ ଅଧିକ ଗବେଷଣା ହୋଇନାହିଁ । [15][16][17][18]
ଏହି ମିମିକ୍ରି ଶବ୍ଦର ବ୍ୟବହାର ସନ ୧୬୩୭ରୁ ଚଳିଆସିଛି । ଗ୍ରୀକ୍ ଭାଷାର ମିମେଟିକୋସ ଶବ୍ଦରୁ ଇମିଟେସନ ଓ ତା'ପରେ ମିମେଟୋସରୁ ଇମିଟେଟୋଭ ଓ ମିମେଇସ୍ଥାଇରୁ କ୍ରିୟା ବାଚକ ଇମିଟେଟ ବ୍ୟବହୃତ ହେଲା । ପ୍ରାଣୀ ବିଜ୍ଞାନରେ ଲୋକମାନଙ୍କୁ ପାଇଁ ମାଇମେଟିକ ଶନ୍ଦ ସନ ୧୮୫୧ରୁ ବ୍ୟବହାର ହେଉଛି । [19]
ବ୍ୟାପକ ରୂପରେ ସାଦୃଶ୍ୟ ବିବର୍ତନକୁ ଏକ ଯୁକ୍ତାତ୍ମକ ସଂଯୋଜନ ଭାବରେ ଗ୍ରହଣ କରାଯାଇଛି । ଉପନ୍ୟାସକାର ଭ୍ଳାଡିମିର ଏହା ଉପରେ ଯୁକ୍ତି ରଖି କହନ୍ତି, ପ୍ରାକୃତିକ ଚୟନ ଏକ ସାଦୃଶ୍ୟକୁ ମଜଭୁତ କରିପାରେ କିନ୍ତୁ ଏହା ସୃଷ୍ଟି କରିବା ଆବଶ୍ୟକ ନୁହେଁ । [20]